ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର

ନୂଆଗାଁ,୧୬।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅଞ୍ଚଳରେ ଜଣେ ଯୁବତୀ (୧୯)ଙ୍କୁ ବର୍ଷେ ଧରି ଗଣବଳାତ୍କାର କରାଯାଇଥିବା ନେଇ ବୁଧବାର ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରି ପୋଲିସ ଗୁରୁବାର ୮ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏ ନେଇ ଅଧିକ ତଦନ୍ତ ଚାଲିଛି।
ପ୍ରକାଶ ଯେ, ସମ୍ପୃକ୍ତ ଯୁବତୀଙ୍କୁ ୩ଜଣ ଯୁବକ ଗତବର୍ଷ ବଳାତ୍କାର କରିଥିଲେ। ଯୁବତୀ ଦିବ୍ୟାଙ୍ଗ ହୋଇଥିବାରୁ କାହାକୁ କିଛି କହି ନ ଥିଲେ। ଏହାର ସୁଯୋଗରେ ଅଭିଯୁକ୍ତମାନେ ବାରମ୍ବାର ସମ୍ପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ଏହି ଘଟଣା ସମ୍ପୃକ୍ତ ୩ଯୁବକଙ୍କ ସହ ଅନ୍ୟ ସାଙ୍ଗମାନେ ମଧ୍ୟ ଯୁବତୀଙ୍କୁ ବଳାତ୍କାର କରିିଥିଲେ। ବର୍ତ୍ତମାନ ଯୁବତୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏହା ଜାଣି ପରିବାର ଲୋକେ ହାତୀବାରି ଥାନାରେ ୧୩ ତାରିଖ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୧୦୭/୨୦୨୧) ରୁଜୁ କରିଥିଲା। ଏହି ଘଟଣାକୁ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଗୁରୁତର ସହ ନେଇ ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରି ୮ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଘଟଣାର ତଦନ୍ତ ଚାଲିଥିବାରୁ ପୋଲିସ ଅଭିଯୁକ୍ତଙ୍କ ପରିଚୟ ଦେଇନାହିଁ।

Share