ନାବାଳିକା ବଳାତ୍କାର: ଅଭିଯୁକ୍ତଙ୍କ ସହ ଧରାପଡ଼ିଲେ ୨ ସହଯୋଗୀ

ପାଟଣାଗଡ଼,୧୮ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ପାଟଣାଗଡ ବଡପଡାର ରାଜା ମାଝି ଏବଂ ସହଯୋଗ କରିଥିବା ବିକାଶ କଢୁଲ ଏବଂ ଶିବ ତାଣ୍ଡିଙ୍କୁ ଗିରଫ କରିଛି

ଅଭିଯୋଗ ମୁତାବକ, ନାବାଳିକାଙ୍କୁ ରାଜା ପ୍ରେମ କରୁଥିଲେ। ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ନିକଟସ୍ଥ ପାହାଡକୁ ନେଇ ବଳାତ୍କାର କରିଥିଲେ। ତାଙ୍କୁ ୨ ସାଙ୍ଗ ବିକାଶ ଏବଂ ଶିବ ସହଯୋଗ କରିଥିଲେ। ଏନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ନାବାଳିକାଙ୍କ ବାପା ପାଟଣାଗଡ ଥାନାରେ ଶନିବାର ଅଭିଯୋଗ କରିଥିଲେ। ଦଫା ୩୭୬ (୨), ୩୪ ଆଇପିସି, ୬ ପୋକ୍‌ସୋ ଆକ୍ଟରେ ଏକ ମାମମଲା(୨୪୩/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ ଥାନା ଆଇଆଇସି ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଏଥିପୂର୍ବରୁ ୩ ଅଭିଯୁକ୍ତ ଓ ପୀଡିତାଙ୍କ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରୀମାଇନା କରାଯାଇଥିଲା।

Share