Categories: ଜାତୀୟ

ଝାଡ଼ଖଣ୍ଡରେ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ରାଞ୍ଚି, ୧୮ା୭: ଝାଡ଼ଖଣ୍ଡର ବୋକାରୋରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩ ନାବାଳକ ଜଣେ ୧୪ ବର୍ଷୀୟା ବାଳିକାଙ୍କ ଘରେ ପଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପଞ୍ଚମ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ର। ପୋଲିସ ସେମାନଙ୍କୁ ଧରି ବାଳସୁଧାର ଗୃହକୁ ପଠାଇଦେଇଛି। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଡ଼ ଭଉଣୀ କାମ ପାଇଁ ବାହାରକୁ ଯାଇଥିବାବେଳେ ନାବାଳିକା ଘରେ ଏକାକୀ ରହିଥିଲେ। ଏହି ସମୟରେ ୩ ନାବାଳକ ପଶି ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ବଡ଼ ଭଉଣୀ ଘରକୁ ଫେରିଲା ବେଳକୁ ଘର ଭିତର ପଟୁ ବନ୍ଦ ଥିଲା। ଝରକା ଦେଇ ଚାହିଁବାରୁ ୩ ପିଲା ତାଙ୍କ ସାନ ଭଉଣୀଙ୍କୁ ବଳାତ୍କାର କରୁଥିବା ଦେଖିବାକୁ ପାଇଥିଲେ।

Share