Categories: ଜାତୀୟ

ଉତ୍ତରପ୍ରଦେଶରେ ପୁଣି ଲଜ୍ଜା

ସୁଲତାନପୁର,୨୦।୧୦: ଉତ୍ତରପ୍ରଦେଶର ସୁଲତାନପୁରରେ ଜଣେ ୧୬ ବର୍ଷୀୟାଙ୍କୁ ତାଙ୍କ ଗ୍ରାମର ୨ ଜଣ ଯୁବକ ଗଣବଳାତ୍କାର କରିଥିବା ପୋଲିସ କହିଛି। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଦାଏର ଏତଲା ଅନୁଯାୟୀ ଗତ ୧୭ ତାରିଖରେ ଧମାଉର ଥାନା ଅଞ୍ଚଳରେ ଏହି ଆପରାଧିକ ଘଟଣା ଘଟିଛି। ଏ ସମ୍ପର୍କରେ କାହାକୁ ଜଣାଇଲେ ମାରିଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share