Categories: ଜାତୀୟ

ଉତ୍ତରପ୍ରଦେଶରେ ନାବାଳିକାଙ୍କୁ ଗଣବଳାତ୍କାର

କାନପୁର,୭।୩: ଉତ୍ତରପ୍ରଦେଶ କାନପୁରର ଏକ ହୁକା ବାର୍‌ରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ପୀଡ଼ିତା ଅଭିଯୁକ୍ତଙ୍କ ସହ ପରିଚିତ ହୋଇଥିଲେ। ଅଭିଯୁକ୍ତ ବିନୟ ଠାକୁରଙ୍କ ନାଁରେ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଘଟଣାରେ ମୋଟ ୭ ଜଣଙ୍କ ସମ୍ପୃକ୍ତି ରହିଛି। ଗତ ୪ ତାରିଖରେ ବିନୟ ପୀଡ଼ିତାଙ୍କୁ କରାହିସ୍ଥିତ ଏମ୍‌.ଜି. କେଫ୍‌ ଡାକିଥିଲେ। ସେଠାରେ ସେମାନେ ମିଶି ହୁକା ଟାଣିଥିଲେ। ପରେ ବିନୟ ନିଶାଦ୍ରବ୍ୟ ମିଶ୍ରିତ ପାନୀୟ ପୀଡ଼ିତାଙ୍କୁ ଦେଇ ତାଙ୍କୁ ବାର୍‌ରେ ଗଣବଳାତ୍କାର କରାଯାଇଥିବା ପୋଲିସ କହିଛି। ଏଥିସହ ବିନୟ ପୀଡ଼ିତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଅଭିଯୁକ୍ତ ପୀଡ଼ିତାଙ୍କ ଏକ ଭିଡିଓ ତିଆରି କରି କିଛିଦିନ ହେବ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ପରେ ପୀଡ଼ିତା ସବୁକଥା ଘରେ ଜଣାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣାର ତଦନ୍ତ ଚଳାଇଛି।

Share