ନାବାଳିକା ପ୍ରେମିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର,୨୭ା୭(ସୁବାସ ଚନ୍ଦ୍ର ପାଢ଼ୀ): ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଲକ୍ଷ୍ମୀନୃସିଂହସାହି ୮ମ ଲାଇନର ସୀମାଞ୍ଚଳ ନାହାକ(୨୩)। ପୋଲିସ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଇଛି।

ଧାରା ୧୬୪ ଅନୁସାରେ କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଗୁରୁବାର ପୋଲିସ ସୀମାଞ୍ଚଳଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ନାବାଳିକାଙ୍କୁ ସୀମାଞ୍ଚଳ ପ୍ରେମ କରିବା ସହ ବିବାହ କରିବା ପାଇଁ କଥା ଦେଇଥିଲେ। ପରେ ନାବାଳିକାଙ୍କୁ ସୀମାଞ୍ଚଳ ବାରମ୍ବାର ବଳାତ୍କାର କରିଥିଲେ। ଶେଷରେ ସୀମାଞ୍ଚଳ ଜନୈକା ନାବାଳିକାଙ୍କୁ ବିବାହ କରିବାକୁ ମନା କରିବା ସହ ୨୦ ହଜାର ଟଙ୍କା ନାବାଳିକାଙ୍କୁ ଦାବି କରିଥିଲେ। ଏପରିକି ନାବାଳିକା ଜଣଙ୍କ ଅନ୍ୟତ୍ର ବିବାହ କଲେ ତାଙ୍କୁ ଜୀବନରେ ମାରିଦେବାକୁ ସୀମାଞ୍ଚଳ ଧମକଚମକ ଦେଇଥିଲେ। ଏନେଇ ପୀଡ଼ିତା ବଡବଜାର ଥାନାରେ ଅଭିଯୋଗ କରିଥିଲେ। ଏନେି ପୋଲିସ ଏକ ମାମଲା(ନଂ ୨୫୭/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଅଭିଯୁକ୍ତ ସୀମାଞ୍ଚଳଙ୍କୁ ଗିରଫ କରିଥିଲା।

Share