ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା; ୨ ପୋଲିସ କର୍ମଚାରୀ, ୨ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ : ଡିସିପି

ଭୁବନେଶ୍ୱର,୬।୯(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଜଣେ ନାବାଳିକା ଗଣବଳାକତ୍ାରର ଶିକାର ହୋଇଥିଲେ। ଏହି ମାମଲାକୁ କମିଶନରେଟ ପୋଲିସ ଗୁରୁତର ସହ ନେଇଛି। ମହିଳା ଥାନା ପୋଲିସ ପୋକ୍‌ସୋ ଆକ୍ଟରେ କେସ୍‌ ନଂ-୪୪/୨୦ ରୁଜୁ କରି ମାମଲା ତଦନ୍ତ କରୁଥିଲା। କିନ୍ତୁ ଏହି ମାମଲାରେ ୨ଜଣ ପୋଲିସ କର୍ମଚାରୀ ଓ ଏକ ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଡିସିପିଙ୍କ ଅଧୀନରେ ଥିବା ଆଇୟୁସିଡବ୍ଲ୍ୟୁର ସମନ୍ବିତ ୟୁନିଟ୍‌କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ସିଆର୍‌ପିସି ୧୬୧ରେ ତାଙ୍କ ବୟାନ ରେକର୍ଡ କରିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କୁ ଗିରଫ ପାଇଁ ୩ ଥାନାର ଥାନା ଅଧିକାରୀ ଚଢାଉକୁ ଜୋର୍‌ଦାର କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ମାର୍ଚ୍ଚ ଓ ଏପ୍ରିଲ ମାସରେ ସମ୍ପୃକ୍ତ ୪ଜଣ ବ୍ୟକ୍ତି ଏପରି କାଣ୍ଡ ଘଟାଇଛନ୍ତି। ଏନେଇ ଗତ ମାସ ୩୦ ତାରିଖରେ ପୀଡିତା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାକୁ ଗୁରୁତ୍ୱ ସହ ନେଇ ତଦନ୍ତ କରୁଛି ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ପୀଡିତା ନାବାଳିକା ପରିବାର ସହ ରୁହନ୍ତି। ସେ ଏକ ଇଂଲିଶ ମିଡିୟମ ସ୍କୁଲରେ ପଢନ୍ତି। ମାର୍ଚ୍ଚ ଓ ଏପ୍ରିଲରେ ଲକ୍‌ଡାଉନ୍‌ ଯୋଗୁ ସେ ଘରେ ଏକାକୀ ଥିବାବେଳେ ୨ଜଣ ପୋଲିସ କର୍ମଚାରୀ ଏବଂ ୨ଜଣ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘରେ ପଶି ମୁଣ୍ଡରେ ବନ୍ଧୁକ ଲଗାଇ ବଳାକତ୍ାର କରିଥିଲେ। ହେଲେ ପୀଡିତା ଜଣକ ଭୟରେ ରହିଥିବାରୁ କିଛି ପାଟି ଖୋଲି ନ ଥିଲେ। କିନ୍ତୁ ଅଭିଯୁକ୍ତମାନେ ବାରମ୍ବାର ବଳାତ୍କାର କରିବାରୁ ଶେଷରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ।

Share