ନାବାଳିକାଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଥାନାରେ ଅଟକ

ପୁରୁଷୋତ୍ତମପୁର,୨୪।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏକ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୩୫୦/୨୪) ରୁଜୁ କରିଛି। ଅଭିଯୋଗ ପରେ ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ବିପିନ ବିହାରି ହୋତା କହିଛନ୍ତି। ଏପରିକି ବଳାତ୍କାର ପରେ ନାବାଳିକା ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ସରପଞ୍ଚଙ୍କ ସ୍ବାମୀ ଔଷଧ ଆଣି ଖାଇବାକୁ ଦେଇ ଗର୍ଭପାତ କରାଇଥିବା ନାବାଳିକା ଜଣକ ଆଇଆଇସି ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Share