ନାବାଳିକା ଗଣବଳାତ୍କାର: ମହିଳାଙ୍କ ସମେତ ୬ ଗିରଫ

ସମ୍ବଲପୁର,୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଡ଼ଭଗା ଅଞ୍ଚଳର ଏକ ଢାବା ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ପରେ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ ଯୁବକ, ଜଣେ ଢାବା ମାଲିକ ଓ ଜଣେ ମହିଳା ଅଛନ୍ତି। ପୋଲିସ ଘଟଣାରେ ବ୍ୟବହୃତ କାର୍‌କୁ ଜବତ କରିଛି।
ମିଳିଥିବା ସୂଚନା ମୁତାବକ, ଗତ ୩୦ ତାରିଖ ରାତିରେ ନାବାଳିକାଙ୍କୁ (ପୂର୍ବରୁ ପରିଚିତ ଥିବା) ବୁର୍ଲା ଅଞ୍ଚଳର ଜଣେ ମହିଳା ଖାଇବାକୁ ଯିବା କହି ଗୋଡଭଗା ନିକଟ ଢାବାକୁ ନେଇଥିଲେ। ସେମାନେ ଖାଇସାରି ବାହାରିବା ସମୟରେ ୪ଜଣ ଯୁବକ କାର୍‌ରେ ପହଞ୍ଚତ୍ଥିଲେ। ପରେ ସେମାନେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣବଳାତ୍କାର କରିଥିଲେ। ଘଟଣା ପରେ ସମ୍ପୃକ୍ତ ଯୁବକ ଓ ମହିଳା ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ବୁର୍ଲା ପୋଲିସ ପହଞ୍ଚତ୍ ନାବାଳିକାଙ୍କୁ ଉଦ୍ଧାର କରି ଘରେ ଛାଡ଼ିଥିଲା। ୩୧ ତାରିଖରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି।

Share