ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା: କ୍ରାଇମ୍‌ବ୍ରାଞ୍ଚ ନେଲା ତଦନ୍ତ ଭାର

କଟକ/ପୁରୀ ଅଫିସ/ସୁନ୍ଦରଗଡ଼(ଡି.ଏନ୍‌.ଏ.),୧ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ନାବାଳିକା ବଳାତ୍କାର ମାମଲାର ତଦନ୍ତ ପାଇଁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ତଦନ୍ତ ପାଇଁ ଯାଇଥିବା ଡିଜିପି କହିଛନ୍ତି। ଏନେଇ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ଘଟଣାକୁ ନେଇ ରାଏବଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଯୋଗୁ ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ତଦନ୍ତ ପାଇଁ ବୀରମିତ୍ରପୁର ଗସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ପି-୧ ମଧ୍ୟ ସୁନ୍ଦରଗଡ଼ରେ ପହଞ୍ଚତ୍ ତଦନ୍ତ ପ୍ରକ୍ରିୟା ସମୀକ୍ଷା କରିବେ। ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚକୁ ନିଶ୍ଚିତ ସଫଳତା ମିଳିବ ବୋଲି ଏଡିଜି ପ୍ରକାଶ କରିଛନ୍ତି। ମିଳିଥିବା ଖବର ଅନୁଯାୟୀ କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଟିମ୍‌ ମଙ୍ଗଳବାର ଅପରାହ୍ନରେ ବୀରମିତ୍ରପୁର ଥାନାରେ ପହଞ୍ଚତ୍ ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଡିଏସ୍‌ପି ଜ୍ୟୋତ୍ସ୍ନାମୟୀ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ବୁଧବାରଠାରୁ ଏହି ଟିମ୍‌ ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିବ। ଉଲ୍ଲେଖଯୋଗ୍ୟ ଯେ, ବୀରମିତ୍ରପୁର ଥାନାର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ଥାନାରେ ଜଣେ ନାବାଳିକାଙ୍କୁ ରଖି ବାରମ୍ବାର ବଳାକତ୍ାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଆଇଆଇସିଙ୍କ ସମେତ ଅନ୍ୟ ୫ଜଣଙ୍କ ନାମରେ ରାଏବଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଆଇଆଇସି ମାଝିଙ୍କୁ ଡିଜିପି ନିଲମ୍ବନ କରିଛନ୍ତି।

 

Share