ଧର୍ମଗଡ଼,୩୦।୧: କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ ସୂଚନା ମୁତାବକ, ଛାତ୍ରୀ ଜଣକ ସନ୍ଧ୍ୟା ସମୟରେ ଶୌଚ ପାଇଁ ନିକଟସ୍ଥ କେନାଲକୁ ଯାଇଥିଲେ। ଏହି ସମୟରେ ମୁରଲୀଧର ନିଆଲ ତାଙ୍କର ଦୁଇ ସହଯୋଗୀଙ୍କ ସହ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ପରେ ଜୁନାଗଡ଼ ଥାନା ଅଞ୍ଚଳରେ ରହୁଥିବା ସମ୍ପର୍କୀୟଙ୍କ ଘରେ ନାବାଳିକା ଓ ମୁରଲୀଙ୍କୁ ଦୁଇ ସହଯୋଗୀ ଛାଡି ଆସିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଧର୍ମଗଡ଼ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଏକ ମାମଲା (ନଂ.୧୭/୨୦୨୧) ରୁଜୁ ହୋଇଥିଲା। ଅଭିଯୁକ୍ତ ମୁରଲୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଏବଂ` ତାଙ୍କର ଦୁଇ ସହଯୋଗୀଙ୍କୁ ଖୋଜା ଚାଲିଥିବା ତଦନ୍ତକାରୀ ପୋଲିସ ଅଫିସର ବିପିନ କୁମାର କୂଳଦୀପ କହିଛନ୍ତି।