ବିଧବାଙ୍କୁ ବଳାତ୍କାର

ଲହୁଣୀପଡ଼ା,୧୫।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କେ. ବଲାଙ୍ଗ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଟିକି ପାତ୍ର(୩୭)ଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ଘରେ ଏକୁଟିଆ ଥିଲେ। ସେତିକିବେଳେ ଯୁବକ ଜଣକ ଘରେ ପଶି ବଳାତ୍କାର କରିଥିଲେ। ପରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ମହିଳା ଜଣକ କେ. ବଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। କେ. ବଲାଙ୍ଗ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଉଭୟଙ୍କ ଡାକ୍ତରୀମାଇନା କରାଇଛି। ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।