ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର

ଆର.ଉଦୟଗିରି,୧୩ା୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା(ନଂ. ୧୫୦/୨୧) ରୁଜୁ କରି ତଦନ୍ତ ଚଳାଇଛି। ମହିଳାଙ୍କ ସ୍ବାମୀ ଜଣେ ଗାଡ଼ିଚାଳକ। ସେ ଅଧିକାଂଶ ସମୟ ବାହାରେ ରହୁଥିଲେ। ଏହାର ସୁଯୋଗ ନେଇ ଉକ୍ତ ଥାନା ଅଞ୍ଚଳର ୨୩ ବର୍ଷୀୟ ଯୁବକ ଗତ ୧୫ ତାରିଖରେ ଛୁରି ଧରି ମହିଳାଙ୍କ ଘରେ ପଶି ଜୀବନରୁ ମାରିଦେବାର ଧମକ ଦେଇ ବଳାତ୍କାର ଉଦ୍ୟମ କରିଥିଲେ। ତା’ ପରଦିନ ମହିଳା ଜଣକ ବାରିପଟକୁ ଯାଇଥିବା ବେଳେ ସମ୍ପୃକ୍ତ ଯୁବକ ତାଙ୍କୁ ମାଡ଼ମାରି ବଳାତ୍କାର କରିଥିଲେ। ଘଟଣାର ପ୍ରାୟ ୨୧ ଦିନ ପରେ ସ୍ବାମୀ ଘରକୁ ଆସିବା ପରେ ମହିଳା ଜଣଙ୍କ ତାଙ୍କୁ ସବୁ କଥା କହିଥିଲେ। ପରେ ଦମ୍ପତି ଏ ନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।

Share