ମୁମ୍ବାଇ,୫।୧୨ : ମୁମ୍ବାଇରେ ଜଣେ ୪୨ ବର୍ଷୀୟ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ କୁର୍ଲା ଅଞ୍ଚଳରେ ଏଭଳି ଅପରାଧ ଘଟିଥିବା ରବିବାର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ପୀଡ଼ିତା ଏବଂ ଅଭିଯୁକ୍ତମାନେ ଗୋଟିଏ ଅଞ୍ଚଳର ବୋଲି ସେ କହିଛନ୍ତି। ଅଭିଯୁକ୍ତମାନେ ଜଣକ ପରେ ଜଣେ ବଳାତ୍କାର କରିବା ସହ ଅପ୍ରାକୃତ ଯୌନକ୍ରିୟା ମଧ୍ୟ କରିଥିଲେ। ଜଣେ ଅଭିଯୁକ୍ତ ସମସ୍ତ ଘଟଣାର ଭିଡିଓ କରିବା ସହ ପୋଲିସକୁ ଜଣାଇଲେ ତାହାକୁ ପ୍ରସାରିତ କରିବାର ଧମକ ଦେଇଥିଲେ। ପୀଡ଼ିତା ଏ ସମ୍ପର୍କରେ ପଡୋଶୀଙ୍କୁ ଜଣାଇବା ପରେ ସେମାନେ ଏକ ଏନ୍ଜିଓ ସହ ଯୋଗାଯୋଗ କରି କୁର୍ଲା ଥାନାରେ ଏତଲା ଦେଇଥିଲେ।