ଟିକା ଦେବାକୁ କହି ଗଣବଳାତ୍କାର

ପାଟନା, ୨୯।୪: କୋଭିଡ୍‌ ଟିକା ଦେବାକୁ କହି ପାଟନାର ଦୁଇଜଣ ଲୋକ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରକି ଓ ମଣ୍ଟୁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମାଲସଲାମି ଥାନାରେ ୩୭୬ଡିରେ ମାମଲା ରୁଜୁ ହୋଇଛି। ପୋଲିସ କହିବା ଅନୁଯାୟୀ ଦୁଇ ଅଭିଯୁକ୍ତ ମଙ୍ଗଳବାର ସନ୍ଧ୍ୟାରେ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ଦେବାକୁ କହି ତାଙ୍କୁ ଯମୁନାପୁର ଅଞ୍ଚଳର ଏକ ଘରକୁ ନେଇଯାଇ ହାତଗୋଡ଼ ବାନ୍ଧି ବଳାତ୍କାର କରିଥିଲେ। ପୀଡ଼ିତା କୌଣସି ପ୍ରକାରେ ଖସିଯାଇ ଘରେ ସବୁ କଥା କହିବା ପରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

Share