ବାକି ଟଙ୍କା ନ ଦେବାରୁ ମହିଳାଙ୍କୁ ବଳାତ୍କାର

ଗୋପ, ୨୬ା୧୦(ଭାରତୀ ଭୂଷଣ ଉପାଧ୍ୟାୟ)ବାକି ଟଙ୍କା ପରିଶୋଧ ନ କରିବାରୁ ଗୋପ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ବିବାହିତା ମହିଳା ବଳାତ୍କାରର ଶିକାର ହୋଇଛନ୍ତି। ଏ ନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଅନୁଯାୟୀ ପୋଲିସ କଠୋର ଦଫା ଲଗାଇବା ପରିବର୍ତ୍ତେ କୋହଳ କରିବା ଏବଂ ଅଭିଯୁକ୍ତଙ୍କୁ ଛାଡ଼ିଦେଇଥିବା ପୀଡ଼ିତା ଅଭିଯୋଗ ଆଣିଥିବାବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ପୀଡ଼ିତା ଜଣକ ସ୍ଥାନୀୟ ବଜାରରେ ଥିବା ଏକ ଦୋକାନରୁ କିଛି ଗୃହ ନିର୍ମାଣ ସାମଗ୍ରୀ ବାକିରେ ଆଣିଥିଲେ। ସାମଗ୍ରୀ ବାକିରେ ଆଣିବା ପାଇଁ ସ୍ଥାନୀୟ ଗ୍ରାମର ବାଲିଆ ପ୍ରଧାନ(୫୦) ମଧ୍ୟସ୍ଥ ହୋଇଥିଲେ। ପୀଡ଼ିତା ବାକି ଟଙ୍କା ପରିଶୋଧ ନ କରିଥିବାରୁ ଏକମାସ ପୂର୍ବେ ତାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ବାଲିଆ ବଳାତ୍କାର କରିଥିଲେ। ତେବେ ଲୋକଲଜ୍ଜା ଭୟରେ ପୀଡ଼ିତା ନୀରବ ରହିଥିଲେ। ଗତ ୨୨ ତାରିଖ ରାତି ୯ଟାରେ ପୁନର୍ବାର ବାଲିଆ ପୀଡ଼ିତାଙ୍କ ଘରେ ପହଞ୍ଚତ୍ ବାକି ଟଙ୍କା ପରିଶୋଧ କରିବା କଥା କହିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ଏହି ସମୟରେ ପୀଡ଼ିତା ଜୋରରେ ପାଟି କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ପୀଡ଼ିତା ତାଙ୍କ ସ୍ବାମୀଙ୍କୁ ଜଣାଇବା ସହ ଗୋପ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଡାକି କେବଳ ପଚରାଉଚରା କରି ଛାଡ଼ି ଦେଇଥିଲା। ପରେ ପୋଲିସ ଏକ ମାମଲା (ନଂ. ୪୧୦/୨୩) ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲେ ମଧ୍ୟ ଦଫା କୋହଳ ଲଗାଇଥିଲା। ଅଭିଯୁକ୍ତ ବାଲିଆ ପୀଡ଼ିତାଙ୍କ ପୁଅଙ୍କଠାରୁ ବାକି ଟଙ୍କା ଲାଗି ବାଇକ୍‌ ଛଡ଼ାଇ ରଖିଥିଲେ। ପୀଡ଼ିତାଙ୍କ ପୁଅକୁ ପୋଲିସ ବାଇକ୍‌ ଦେଇ ନ ଥିବା ଅଭିଯୋଗ ହୋଇଛି। ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ ନ କରାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏ ନେଇ ଗୋପ ଥାନା ଅଧିକାରୀ ମହେଶ୍ୱର ସେଠୀଙ୍କୁ ପଚାରିବାରେ ମାମଲାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଶହ କେଜି ମହୁଲ ଫୁଲ ସହ ଅଟୋ ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ଗଦଡି ଅଞ୍ଚଳରେ ବେଆଇନ ମହୁଲ ଫୁଲ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ। ଅଟୋ...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ଭରଣା ଚିନ୍ତା: ଜିଲାପାଳଙ୍କୁ ବାଣଲିଙ୍ଗେଶ୍ୱର କୃଷକ ସଂଘ ପକ୍ଷରୁ ଦାବିପତ୍ର

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଅଦିନିଆ ଲଗାଣ ବର୍ଷା ହେତୁ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ ଉଚ୍ଛେଦ, ଟୋକେନ୍ ଅବଧି ବୃଦ୍ଧି ଏବଂ ଫସଲବୀମା ଅର୍ଥ...

ସାମ୍ବାଦିକଙ୍କ ଗାଡି ନେଇଗଲେ ଚୋର, ଟେର୍ ପାଉନି ପୋଲିସ

ଛତ୍ରପୁର,୨୭।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଞ୍ଚଳରେ ଏବେ ଚୋରି ସଂଖ୍ୟା ବୃଦ୍ଧି ପାଉଛି । ଏପରିକି ଦୃବର୍ତମାନେ ସାମ୍ବାଦିକକୁ ମଧ୍ୟ ଛାଡି ନାହାନ୍ତି। ଏକ ଦୈନିକ...

ରାମେଶ୍ୱର, ନିରାକାରପୁର ଛାଡି ଯାଉନି ଦନ୍ତା: ନୂଆ ଜଗନ୍ନାଥ ସଡ଼କରେ କଲା ଉତ୍ପାତ

ନିରାକାରପୁର,୨୭।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଓ ରାମେଶ୍ୱର ଛାଡି ଯାଉନି ଦନ୍ତା ହାତୀ। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁରୁବାର ରାତିରେ...

ଧାନ ଫସଲ ନଷ୍ଟ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇଲେ ବିଧାୟକ

ପାରଳାଖେମୁଣ୍ଡି,୨୭ା୧୨(ଗିରିଧାରୀ ପରିଛା): ଅଦିନିଆ ବର୍ଷା ଯୋଗୁ ଗଜପତି ଜିଲାର ୭ଟି ଯାକ ବ୍ଲକରେ ବ୍ୟାପକ ପରିମାଣରେ ଧାନ, କପା ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି।...

ସମସ୍ୟାଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ

ଥୁଆମୂଳ ରାମପୁର,୨୭ା୧୨(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ସମସ୍ୟାଘେରରେ ରହିଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ୨୯...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri