Categories: ଜାତୀୟ

ଥାନାରେ ବିଷ ପିଇଲେ ବଳାତ୍କାର ପୀଡ଼ିତା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଲଖିମ୍‌ପୁରଖେରି,୧୩।୨: ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଜଣେ ବଳାତ୍କାର ପୀଡ଼ିତା ଥାନାରେ ବିଷ ପିଇ ଦେଇଛନ୍ତି। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିିଛି।

ବଳାତ୍କାର ଅଭିଯୋଗ ମିଛ ହୋଇଥିବା ତଦନ୍ତରୁ ଜଣାପଡ଼ିବା ପରେ କୋର୍ଟରେ ମାମଲା ବନ୍ଦ ଲାଗି କ୍ଲୋଜିଂ ରିପୋର୍ଟ ଦାଏର କରାଯାଇଥିଲା ବୋଲି ଖେରି ଥାନା ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୨ ଜାନୁୟାରୀ ୧୭ରେ ବଳାତ୍କାର ସମ୍ପର୍କରେ ଥାନାରେ ଏକ ଅଭିଯୋଗ ହୋଇଥିଲା। ହେଲେ ଜୁନ୍‌ରେ ମାମଲାର କ୍ଲୋଜିଂ ରିପୋର୍ଟ ଦାଏର କରାଯାଇଥିଲା। ଏହା ପରେ ପୀଡ଼ିତା କୋର୍ଟରେ ପହଞ୍ଚି ପୁଣି ମାମଲାର ଶୁଣାଣି କରିବାକୁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷେ ପୋଲିସ ଅଧୀକ୍ଷକ(ଏସ୍‌ପି) ଗଣେଶ ପ୍ରସାଦ ଶାହା ମାମଲାର ନିରପେକ୍ଷ ତଦନ୍ତ କରିବାକୁ ସର୍କଲ ଅଧିକାରୀ(ସିଓ)ଙ୍କୁ କହିଛନ୍ତି। ପ୍ରାଥମିକ ଅନୁସନ୍ଧାନ ବେଳେ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଭୁଲ୍‌ ବୋଲି ଜଣାପଡ଼ିଛି ଏବଂ ବନ୍ଦ ରିପୋର୍ଟ ଦାଖଲ କରାଯାଇଛି। ତଥାପି କୋର୍ଟ ମାମଲାରେ ପୁଣି ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Share