Categories: ଜାତୀୟ

ପୋଲିସ ନ ଶୁଣିବାରୁ ଇଚ୍ଛାମୃତ୍ୟୁ ପାଇଁ ଚିଠି ଲେଖିଲେ ପୀଡ଼ିତା

ଲକ୍ଷ୍ନୌ,୨୪।୧୦: ଦୀର୍ଘମାସ ଧରି ବଳାତ୍କାରର ଶିକାର ହୋଇଥିବା ଉତ୍ତରପ୍ରଦେଶ ପିଲିଭିଟ୍‌ ଅଞ୍ଚଳର ଜଣେ ମହିଳା ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରାଣପୁର କୋଟ୍‌ଓ୍ବାଲି ପୋଲିସ ଗତ ୯ ତାରିଖରେ ମହିଳାଙ୍କ ସ୍ବାମୀ, ତାଙ୍କ ସାଙ୍ଗ ଏବଂ ସାବତ ପୁଅଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲେ ମଧ୍ୟ ଜାଣିଶୁଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏପରିକି ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ହତ୍ୟା ଧମକ ଦିଆଯାଉଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

Share