Categories: ଜାତୀୟ

ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…

ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ ହୋଇଥିବା ସନ୍ତାନଙ୍କୁ ଜନ୍ମ ଦେବେ ଅବା ନାହିଁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସମ୍ବିଧାନର ଧାରା ୨୧ ଅନୁସାରେ ଏହା ତାଙ୍କର ଅଧିକାର। ଏହି ମୌଳିକ ଅଧିକାରର ଉଲ୍ଲଂଘନ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।

ବିଚାରପତି ଏ.ଏସ୍‌. ଚନ୍ଦୁରକର ଏବଂ ଉର୍ମିଳା ଯୋଶୀ ଫାଲକେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାରର ବିଚାର କରି ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ୧୬ ମାସର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ କରାଇବାକୁ ଅନୁମତି ଦେଇଛନ୍ତି।

ପୀଡ଼ିତା ଆର୍ଥିକ ଦୁର୍ବଳ ବର୍ଗର। ବଳାତ୍କାର ଯୋଗୁ ସେ ମାନସିକ ଆଘାତରୁ ବାହାରି ପାରୁ ନାହାନ୍ତି। ଏହା ସହିତ ସେ ଜଣେ ନାବାଳିକା। ଏପରିସ୍ଥଳେ ସେ ସନ୍ତାନର ବୋଝ ସମ୍ଭାଳି ପାରିବେ ନାହିଁ ବୋଲି ପିଟିଶନରେ ଉଲ୍ଲେଖ କରିଥିଲେ।

ଖଣ୍ଡପୀଠ ମେଡ଼ିକାଲ ଟର୍ମିନଶନ ଅଫ୍‌ ପ୍ରେଗ୍ନାସି ଆକ୍ଟ ୧୯୭୧ର ବିଭାଗ ୩ ଅନୁସାରେ ନାବାଳିକାଙ୍କ କ୍ଷେତ୍ରରେ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

Share