ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର

କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସୁଶାନ୍ତ ଗୌଡ। ସୁଶାନ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମେ ୨୦ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ରଖି ବଳାତ୍କାର କରିଥିଲେ। ପରେ ଯୁବତୀଙ୍କୁ ଗାଁରେ ଛାଡ଼ି କେଉଁଆଡେ ଚାଲି ଯାଇଥିଲେ। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୬୦/୨୧) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ।

Share