Advertisement

ବଳାତ୍କାର କରି ଭିଡିଓ ଭାଇରାଲ କରିଦେଲେ, ପରେ…

ଛେଣ୍ଡିପଦା,୨୪।୭ (ଅଜିତ ଧଳ): ଅନୁଗୋଳ ଜିଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଗମ୍ଭାରୀପାଳ ଗ୍ରାମର ରମାକାନ୍ତ ବେହେରା (୩୮)ଙ୍କୁ ଗିରଫ କରିଛି। ପୋଲିସ କହିଛି, ବାଗଡ଼ିଆ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀଙ୍କୁ ଅଭିଯୁକ୍ତ ଜଣକ ୨ ମାସ ତଳେ ବଳାତ୍କାର କରିଥିଲେ। ଏଥିସହ ଉକ୍ତ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ। ହତ୍ୟା ଧମକ ଦେଇଥିବାରୁ ଭୟଭୀତ ଯୁବତୀ ଏ ନେଇ ଚୁପ୍‌ ରହିଥିଲେ। ତେବେ ସାହସ ସଞ୍ଚୟ କରି ସେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପରିବାର ଲୋକଙ୍କ ସହାୟତାରେ ବାଗଡିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୪୭/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବାଗଡ଼ିଆ ଥାନା ନୂଆପଡା ଛକରୁ ଗିରଫ କରିଥିଲା। ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share