ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି।

ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ।  ଘର ଆଲମାରି ଭାଙ୍ଗିବା ପାଇଁ ଉଦ୍ୟମ କରିବା ସମୟରେ ଶୋଇଥିବା ମହିଳାଙ୍କ ନିଦ ଭାଙ୍ଗିଯିବା ସହ ତାଙ୍କ ଝିଅ ମଧ୍ୟ ନିଦରୁ ଉଠିଯାଇଥିଲେ। ଲୁଟେରାମାନେ ମା-ଝିଅଙ୍କୁ ଛୁରି ଦେଖାଇ ଲୁଟ୍‌ କରିବା ପରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଲୁଟେରାମାନେ ଦୁଇ ଘଣ୍ଟା ଧରି ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଫଳରେ ମହିଳା ଜଣଙ୍କ ଅଚେତ ହୋଇଯାଇଥିଲେ। ଏହା ପରେ ଲୁଟେରାମାନେ ଚାଲିଯାଇଥିଲେ।

ମହିଳାଙ୍କ ସ୍ବାମୀ ଘରକୁ ଫେରିବା ପରେ ମହିଳା ଜଣଙ୍କ ପୂରା ଘଟଣା ସ୍ବାମୀଙ୍କୁ କହିଥିଲେ। ଏହା ପରେ ଦମ୍ପତି ଯାଇ ମୈତ୍ରୀବିହାର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ଆଉ କିଏ ସଂପୃକ୍ତ ରହିଛନ୍ତି ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…

କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍‌): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍‌ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର...

ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର...

ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି...

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର...

ସାମ୍ନାକୁ ଆସିଲେ ବର୍ଷା, ଆସୁ ଆସୁ କହିଦେଲେ ଏମିତି..

ଭୁବନେଶ୍ୱର,୨।୧୦: ବଢିଲାଣି ବିଜେଡି କଳି। ଏହି କଳି ଏବେ ଶଙ୍ଖ ଭବନରେ ପହଞ୍ଚିଛି। କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇ ଏବେ ଏହି କଳି ନେତାଙ୍କ ପାଖରେ...

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

ଭାଜପାରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’-ମନମୋହନ

ଭୁବନେଶ୍ୱର,୨।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri