Categories: ଜାତୀୟ

ରାଫାଲର ଗୃହପ୍ରବେଶ

ନୂଆଦିଲ୍ଲୀ, ୨୯।୭: ବହୁ ପ୍ରତିକ୍ଷୀତ ରାଫାଲ ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତରେ ଗୃହପ୍ରବେଶ କରିଛି। ଫ୍ରାନ୍ସ୍‌ରୁ ୭ ହଜାର କିଲୋମିଟର ଦୂରତା ଅତିକ୍ରମ ୫ଟି ରାଫାଲ ବିମାନ ଅପରାହ୍ନ ୧ଟା ୨୯ରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲେ। ବିମାନଗୁଡ଼ିକ ୟୁଏଇରୁ ଉଡ଼ାଣ ଆରମ୍ଭ କରିଥିଲେ। ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଆଇଏନ୍‌ଏସ୍‌ କୋଲକାତା କଣ୍ଟ୍ରୋଲ ରୁମ୍‌ରୁ ବିମାନ ଗୁଡ଼ିକୁ ସ୍ବାଗତ କରାଯାଇଥିଲା। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ବିମାନ ଗୁଡ଼ିକ ଅପରାହ୍ନ ୩ଟା ୧୧ରେ ଅବତରଣ କରିଛନ୍ତି। ୫୫ ହଜାର ଫୁଟ ଉଚ୍ଚତାରୁ ରାଫାଲ ଶତ୍ରୁପକ୍ଷର ଶିବରକୁ ଧ୍ୱଂସ କରିବାକୁ ସକ୍ଷମ ହେବ। ଭାରତୀୟ ବାୟୁସେନାର ପ୍ରତିରକ୍ଷା ବୃଦ୍ଧି ଏହାଦ୍ୱାରା ବହୁଗୁଣା ବୃଦ୍ଧି ପାଇବ ବୋଲି କୁହାଯାଉଛି। ଚାଇନା ଏବଂ ପାକିସ୍ତାନ ପାଖରେ ଏଭଳି ବିକଶିତ ଯୁଦ୍ଧ ବିମାନ ନ ଥିବାରୁ ସେମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଫାଲ ବିମାନର ଅବତରଣକୁ ଦୃଷ୍ଟିରେ ରଖି ଅମ୍ବାଲା ଏୟାରବେସ୍‌ ନିକଟବର୍ତ୍ତୀ ୪ଟି ଗାଁରେ ୧୪୪ ଧାରା ଜାରି କରାଯାଇଥିଲା। କେହି ଘର ଛାତ ଉପରକୁ ଯାଇ ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

Share