ସଫ୍ଟଓ୍ବେରରେ ଦ୍ରୁତ ପରିବର୍ତ୍ତନ

ମାଲକାନଗିର,୧୦ା୭ (ଦୁର୍ଯ୍ୟୋଧନ ପାତ୍ର) : ବର୍ତ୍ତମାନ ଆଧୁନିକ ଯୁଗରେ ଡିଜିଟାଲ ମାଧ୍ୟମରେ ଅନେକ କାର୍ଯ୍ୟ ହୋଇପାରୁଛି। ଫଳରେ ପୂର୍ବରୁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ବିଲୁପ୍ତ ହେବାକୁ ବସିଲାଣି। ଏହି ସାମଗ୍ରୀ ଉତ୍ପାଦନରେ ପ୍ରତିଷ୍ଠା ହୋଇଥିବା ଅନେକ କମ୍ପାନୀ କ୍ଷତି ସହୁଥିବା ବେଳେ ଏଥିରେ କାର୍ଯ୍ୟ କରୁଥିବା ଶ୍ରମିକ-କର୍ମଚାରୀ ସେମାନଙ୍କ ଜୀବିକା ହରାଉଛନ୍ତି। ଏହି ଏହି ପରିବର୍ତ୍ତନ ଆଗାମୀ ଦିନରେ ଗମ୍ଭୀର ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ୧୯୯୮ରେ କୋଡାକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ଏହି କମ୍ପାନୀ ଫଟୋ ପେପର ବ୍ୟବସାୟରେ ସମଗ୍ର ବିଶ୍ୱରେ ୮୫ ପ୍ରତିଶତ କାରବାର ନିଜ ନିୟନ୍ତ୍ରଣରେ ରଖିଥିଲା। କମ୍ପାନୀରେ ୧ ଲକ୍ଷ ୭୦ ହଜାର କର୍ମଚାରୀ କାର୍ଯ୍ୟ କରୁଥିଲେ। ମାତ୍ର ଅଳ୍ପ କିଛି ବର୍ଷ ମଧ୍ୟରେ ଡିଜିଟାଲ ଫଟୋଗ୍ରାଫି ଆସିଯିବାରୁ ଏହା ଫଟୋ ବଜାରକୁ ଅକ୍ତିଆର କରିଥିଲା। କୋଡାକ କମ୍ପାନୀ ଦେବାଳିଆ ହୋଇ ଏଥିରେ କାର୍ଯ୍ୟରତ କର୍ମଚାରୀ ନିଜ ବୃତ୍ତି ହରାଇଥିଲେ।
ସେହିପରି ଏଚ୍‌ଏମ୍‌ଟି ଘଡି, ବାଜାଜ ସ୍କୁଟର, ଡାଇନରା, କୋଣାର୍କ, ଫିଲିପସ୍‌, ମର୍ଫି ଓ ବୁସ୍‌ ରେଡିଓ, ନୋକିଆ ମୋବାଇଲ ଫୋନ, ରାଜଦୁତ ମୋଟର ସାଇକେଲ ଏବଂ ୟେଜଦି ମୋଟର ସାଇକେଲ, ଆମ୍ବାସାଡର କାର ଆଦି ଉପତ୍ାଦନର ଗୁଣବତାରେ କିଛି କମ୍‌ ନ ଥିଲା। ତଥାପି ସେମାନେ ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ପାରିଲେ ନାହିଁ। ଏହାର କାରଣ ସ୍ବରୂପ ସେମାନେ ସମୟ ସହିତ ତାଳ ଦେଇ ଚାଲିଲେ ନାହିଁ ଅବା ନିଜକୁ ପରିବର୍ତ୍ତନ କରିପାରିଲେ ନାହିଁ ବୋଲି କୁହାଯାଉଛି। ଦିନକୁ ଦିନ ନୂଆ ରୂପରେ ଉଭା ହେଉଥିବା ଉତ୍ପାଦଗୁଡିକ ମଧ୍ୟରୁ ବିଶ୍ୱରେ ଏବେ ଚାଲୁଥିବା ବଜାର ବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶିଳ୍ପଗୁଡିକରୁ ପ୍ରାୟ ୭୦ରୁ ୯୦ ପ୍ରତିଶତ ଶିଳ୍ପ ବନ୍ଦ ହୋଇଯିବ ବୋଲି ଆକଳନ କରାଯାଉଛି।
ଏବେ ଉବେର କେବଳ ଗୋଟିଏ ସଫ୍ଟଓ୍ବେର୍‌ କମ୍ପାନୀ। ନିଜର ଗୋଟିଏ କାର ନ ଥିଲେ ମଧ୍ୟ ଏହି କମ୍ପାନୀ ଦୁନିଆର ସବୁଠାରୁ ବଡ ଟାକ୍ସି କମ୍ପାନୀ। ସେହିପରି ଏୟାର ବିଏନବି ହେଉଛି ବିଶ୍ୱର ସବୁଠାରୁ ବଡ଼ ହୋଟେଲ କମ୍ପାନୀ। ଯଦିଓ ସେମାନଙ୍କର ଗୋଟିଏ ମଧ୍ୟ ନିଜସ୍ବ ହୋଟେଲ ନାହିଁ। ସେହିପରି ପେଟିଏମ୍‌, ଓଲା କ୍ୟାବ୍‌, ଓୟୋ ରୁମ୍‌ ପରି ଅନେକ ରହିଛି ଏହାର ଉଦାହରଣ। ଆମେରିକାର ଯୁବ ଆଇନଜୀବୀଙ୍କ ନିକଟରେ ବର୍ତ୍ତମାନ କୌଣସି କାମ ନାହିଁ। ଆଇ.ବି.ଏମ୍‌.-ବାଟସନ୍‌ ସଫ୍ଟଓ୍ବେର ଆପ୍‌ ତୁରନ୍ତ ଉତ୍ତମ ଆଇନଗତ ପରାମର୍ଶ ଦେଉଥିବାରୁ ଆମେରିକା ଆଇନଜୀବୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆଗାମୀ ୧୦ ବର୍ଷ ମଧ୍ୟରେ ବେକାର ହୋଇଯିବେ। ଯେଉଁ ୧୦ ପ୍ରତିଶତ ରହିବେ ସେମାନେ ସୁପର ସ୍ପେଶାଲିଷ୍ଟ ହେବେ ବୋଲି ଆକଳନ କରାଯାଇଛି।
ସେହିପରି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନର ସୂଚନା ମିଳିଲାଣି। ବିକଶିିତ ହୋଇଥିବା ବାଟ୍‌ସନ ସପ୍ଟଓ୍ବେର ଡାକ୍ତରମାନଙ୍କ ଅପେକ୍ଷା ୪ ଗୁଣ ଠିକ ରୋଗ ନିର୍ଣ୍ଣୟ କରିପାରିବ। ଏପରିକି ଏହି ସପ୍ଟଓ୍ବେର କର୍କଟ ରୋଗ ମଧ୍ୟ ନିର୍ଣ୍ଣୟ ଓ ଏହାର ନିଦାନ କରିପାରିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ। ତାହାର ସ୍ଥାନ ଅନ୍‌ଲାଇନ ଶିକ୍ଷାଦାନ ନେବ। ଫଳରେ ଶିକ୍ଷୟିତ୍ରୀ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକଙ୍କ ଆବଶ୍ୟକତା ପଡିବ ନାହିଁ। ଏହିସବୁ ପରିବର୍ତ୍ତନର ମାଧ୍ୟମ ସାଜିବ କମ୍ପ୍ୟୁଟର। କମ୍ପ୍ୟୁଟର ବିଶେଷଜ୍ଞ ଓ ବୁଦ୍ଧିଜୀବୀର ଭୂମିକା ନେବ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri