ଆମେରିକାର ବାଲତିମୋରରେ ଭୟଙ୍କର ଗୁଳିକାଣ୍ଡ, ଗୁଳିମାଡରେ ୬ଗୁରୁତର

ଓ୍ବାଶିଂଟନ୍‌,୧୭।୬: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ଗୁଳିକାଣ୍ଡରେ ବହୁ ଲୋକଙ୍କ ଜୀବନ ଯିବା ସହ ବହୁଜଣ ଗୁରୁତର ଆହତ ହେଉଛନ୍ତି। ଶୁକ୍ରବାର ଆମେରିକାର ବାଲତିମୋର ସହରରରେ ଏକ ବଡ଼ ଧରଣର ଗୁଳକାଣ୍ଡ ହୋଇଛି। ଘଟଣାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଆହତଙ୍କ ଚିକିତ୍ସା ଚାଲିଥିବା ନେଇ ପୋଲିସ ସୂଚନା ଦେଇଛି। ବାଲତିମୋର ପୋଲିସ ବିଭାଗର ମୁଖପାତ୍ର ଲିଣ୍ଡସେ ଏଲଡ୍ରିଜ କହିଛନ୍ତି, ସହରର ଉତ୍ତର ପାର୍ଶ୍ୱରେ ଥିବା ଅଧିକାରୀମାନେ ରାତି ୯ଟା ପୂର୍ବରୁ ଗୁଳି ଶବ୍ଦ ଶୁଣିବାକୁ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସେମାନେ ତଦନ୍ତ କରିଥିଲେ।

ଏଲଡ୍ରିଜ କହିଛନ୍ତି, ଇଷ୍ଟ କୋଲ୍ଡ ସ୍ପ୍ରିଙ୍ଗ ଲେନ ଏବଂ ୟର୍କ ରୋଡ ଛକ ନିକଟରେ ଅଧିକାରୀମାନେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ। ସମସ୍ତଙ୍କୁ ଗୁଳି କରାଯାଇଥିଲା। ତିନିଜଣଙ୍କୁ ଚିକିତ୍ସା ପାଇଁ ଜିଲା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ଏଥିସହ ଅନ୍ୟ ତିନିଜଣ ଆହତ ନିଜେ ଡାକ୍ତରଖାନାରେ ପହଞ୍ଚିଥିଲେ।

Share