Categories: ଜାତୀୟ

ସରକାର ଦେଲେ ଖୁସିଖବର, ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ

ନୂଆଦିଲ୍ଲୀ, ୧୮।୦୮: ରକ୍ଷାବନ୍ଧନ ପୂର୍ବରୁ ଖୁସିଖବର ଦେଇଛନ୍ତି ସରକାର । ଆଜିଠାରୁ ଗଡ଼ିବ ରାପିଡ୍‌ ରେଳ । ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ ବା ଏନ୍‌ସିଆର୍‌ଟିସି ଏନେଇ ସୂଚନା ଦେଇଛି । ନିଗମ ଏନେଇ କହିିଛି ଯେ ମେରଟ ସାଉଥ୍‌ ଆର୍‌ଆର୍‌ଟିଏସ୍‌ ଷ୍ଟେଶନ୍‌ରୁ ରବିବାର ଠାରୁ ଯାତ୍ରୀଙ୍କୁ ବହୁତ ସୁବିଧା ହେବ । ଏନ୍‌ସିଆର୍‌ ରୁ ମେରଟ ପର୍ଯ୍ୟନ୍ତ ଯାତ୍ରାପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଆଜି ଦିନ ୨ଟାରେ ଏହି ରେଳର ଶୁଭାରମ୍ଭ ହେବ ।

ଦିଲ୍ଲୀ-ଏନ୍‌ସିଆରର ଲୋକେ ଏଥିରେ ଉପକୃତ ହେବେ । ଏହି ନମୋ ଭାରତ ଟ୍ରେନ୍‌ ଗାଜିଆବାଦରୁ ମେରଟ ମଧ୍ୟରେ ଚଳାଚଳ କରିବ । ଶନିବାର ଏନ୍‌ସିଆରଟିସି ଏକ ବୟାନରେ କହିଛି ଯେ ୮୨ କିମି ଲମ଼୍ବା ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌ରୁ ୪୨ କିମି ପର୍ଯ୍ୟନ୍ତ ଅଂଶ ରବିବାର ଠାରୁ କାର୍ଯ୍ୟକ୍ଷମ ହେବ । ଫଳରେ ଅନେକ ଲୋକ ସୁବିଧାରେ ଯାତାୟତ କରିପାରିବେ ।

Share