ରାପିଡୋ ଡ୍ରାଇଭର ବାହାରିଲେ ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର, ମହିଳା କହିଲେ ଆଶ୍ଚର୍ଯ୍ୟକର କାହାଣୀ…

ବେଙ୍ଗାଲୁରୁ,୨୭।୧୨: ‘ୟେ ବେଙ୍ଗାଲୁରୁ ହେ ଭୟା, ୟହାଁ କୁଛ ଭି ସମ୍ଭବ ହେ’… ସୋସିଆଲ ମିଡିଆ ଏକ୍ସରେ ଏପରି ପୋଷ୍ଟ କରି କିଛି ଆଶ୍ଚର୍ଯ୍ୟକର କାହାଣୀର ଖୁଲାସା କରିଛନ୍ତି ଶ୍ରୁତି ବସବା ନାମକ ମହିଳା। ମହିଳା ଜଣକ ପୋଷ୍ଟରେ କହିଛନ୍ତି, ନିକଟରେ ସେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ରାପିଡୋ ବାଇକ ବୁକ୍‌ କରିଥିଲେ। ଯାତ୍ରା ସମୟରେ ଜାଣିବାକୁ ପାଇଲେ ଯେ, ଡ୍ରାଇଭର ଜଣକ ଏକ ବଡ କମ୍ପାନୀରେ କର୍ପୋରେଟ ମ୍ୟାନେଜର। ଯାହାକୁ ଶୁଣି ତାଙ୍କର ହୋସ ଉଡି ଯାଇଥିଲା।

ବେଙ୍ଗାଲୁରୁ ବାସିନ୍ଦା ଶ୍ରୁତି ନିଜ ରାପିଡୋର ଯାତ୍ରା ସମୟରେ କିଛି ହୃଦୟସ୍ପର୍ଶୀ କାହାଣୀ ସୋସିଆଲ ମିଡିଆରେ ବାଣ୍ଟିଛନ୍ତି। ଯେତେବେଳେ ସେ ବେଙ୍ଗାଲୁରୁର ଏପରି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ୟୁଜର୍ସଙ୍କ ସହ ନେଟିଜେନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରାପିଡୋକୁ ଟ୍ୟାଗ କରି ଶ୍ରୁତି ଏକ୍ସରେ ଲେଖିଛନ୍ତି, ରାପିଡୋର ଡ୍ରାଇଭର ଥିବା ବ୍ୟକ୍ତି ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର। ଯାତ୍ରା ସମୟରେ ତାଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ସେ ଜଣେ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର ବୋଲି ଜାଣିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସ୍ବଳ୍ପ ଟଙ୍କା ନେଇ ସେ ଲୋକଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।

Share