ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୧୧ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୫ ମାସ ଜେଲ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗିବାଡି ଥାନା ଅଞ୍ଚଳର ବଚନ ଦିଗାଲ । ସେହିପରି ପୀଡିତାଙ୍କୁ କ୍ଷତିପୁରଣ ବାବଦରେ ଜିଲା ଆଇନ ସେବା ପ୍ରାଧିକାରଣଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ ବିଚାରପତି ରାଜେଶ ଦାସ ନିର୍ଦ୍ଦେଶ ଦେଇଛନ୍ତି ।