Advertisement

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର, ୧୮।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ ପୋକ୍ସ ଜଜ୍‌ ଗଣେଶ୍ୱର ପତି ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଜଜ ବଳାତ୍କାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ଛତ୍ରପୁର ଅଞ୍ଚଳର ପବିତ୍ର ଦାସ(୨୪)। ଜଜ୍‌ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୮୦ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଜରିମାନା ଅନାଦେୟ ଅତିରିକ୍ତ ୯ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ଆଦାୟ ହୋଇଥିବା ଉକ୍ତ ୮୦ ହଜାର ଟଙ୍କା ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ରହିଛି। ୨୦୧୯ ସେପ୍ଟମ୍ବର ମାସରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରି ପରେ ପ୍ରତାରଣା ହୋଇଥିଲା। ଏନେଇ ଅଭିଯୋଗ ପରେ ଛତ୍ରପୁର ପୋଲିସ ୨୪୦/୧୯ ରେ ଏକ ମାମଲା ରୁଜୁ କରିଥିଲା। ତତ୍କାଳୀନ ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରାଯାଇ ଉପରୋକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ହୋଇଥିଲେ। ମଙ୍ଗଳବାର ଉକ୍ତ ମାମଲାର ଶୁଣାଣି ବେଳେ ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି ଜଜ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ ପିପି ମୋହନା ଶିଙ୍ଗାରି ମକଦ୍ଦମା ପରିଚାଳନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel