ବଳାତ୍କାର ପରେ ପଥରରେ ଛେଚି ମାରିଥିଲେ: ଜେଲ ଗଲେ ବଳାତ୍କାରୀ

ପାଇକମାଳ,୧୬।୧୧(ବଡ଼ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା ସୋଢା ଗ୍ରାମରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଶାନ୍ତ ବରିହା (୨୧)ଙ୍କୁ ଶନିବାର ବରଗଡ ପୋକ୍ସୋ କୋର୍ଟକୁ ଚାଲାଣ କରିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ପ୍ରଶାନ୍ତ ସୋଢା ଗ୍ରାମର ୪ବର୍ଷର ଜଣେ ଶିଶୁକନ୍ୟାଙ୍କୁ ମାଛ ମାରିଯିବା ବାହାନାରେ ଡାକି ନେଇ ନିକଟସ୍ଥ ପଠାରୀ ଡୁଙ୍ଗୁରୀ ଜଙ୍ଗଲରେ ବଳାତ୍କାର କରିଥିଲେ। ପରେ ସେ ଶିଶୁକନ୍ୟାଙ୍କ ମୁଣ୍ତକୁ ପଥରରେ ଛେଚି ହତ୍ୟା କରି ମୃତଦେହକୁ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ନ ପାଇବାରୁ ସନ୍ଦେହରେ ପ୍ରଶାନ୍ତଙ୍କୁ ପଚରାଉଚରା କରିବାରୁ ସେ ଉକ୍ତ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସୂଚନା ଯୋଗ୍ୟ, ବୁକୁରାମୁଣ୍ଡ ପଞ୍ଚାୟତ ମହୁଲପାଲି ଗାଁ ଅଭିଯୁକ୍ତ ପ୍ରଶାନ୍ତ କିଛିଦିନ ହେଲା ନାବାଳିକାଙ୍କ ଘରକୁ ଆସି ରହୁଥିବା ଥିବା ବେଳେ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପ୍ରଶାନ୍ତ ସମ୍ପର୍କୀୟ ବୋଲି ଜଣାପଡିଛି।

ଅଭିଯୋଗ ପରେ ପାଇକମାଳ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ପ୍ରଶାନ୍ତଙ୍କୁ ଗିରଫ କରିଥିଲେ। ପାଇକମାଳ ପୋଲିସ ଏ ନେଇ ଏକ ମାମଲା (ନଂ.୨୮୮/୨୪) ରୁଜୁ କରିବା ସହ ଶନିବାର ଅଭିଯୁକ୍ତଙ୍କୁ ବରଗଡ ପସ୍କୋ କୋର୍ଟକୁ ଚାଲାଣ କରିଛି। ଅନ୍ୟପକ୍ଷେ ମୃତଦେହକୁ ପଦ୍ମପୁରରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

୪ ବର୍ଷ ପରେ ଆସିଲା ରାୟ: ଦୋଷୀଙ୍କୁ ମିଳିଲା ୧୦ ବର୍ଷ ଜେଲ୍‌ଦଣ୍ଡ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ୨୦୨୧ ଡିସେମ୍ବର ୨୧ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ସେକ୍ଟର-୨୧ ସ’ ମିଲ୍‌ ଛକରେ ୨ଜଣ ଯୁବତୀଙ୍କୁ ଅଶାଳୀନ ଭାଷାରେ କମେଣ୍ଟମରାକୁ ବିରୋଧ କରିବାରୁ...

ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ...

ଫରେଷ୍ଟର ଆତ୍ମହତ୍ୟା ମାମଲା: ବଦଳିଲେ ତଦନ୍ତ ଅଧିକାରୀ, ଥାନା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୧୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକ(୩୩)ଙ୍କ ଆତ୍ମହତ୍ୟା ଘଟଣା ଇତିମଧ୍ୟରେ ୨ମାସ...

ରୋଷେଇବେଳେ ଗ୍ୟାସ୍‌ ଲିକ୍‌ ହୋଇ ଜଳିଗଲା ଘର: ମା-ବାପା-ପୁଅ ଗୁରୁତର

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରୋଷେଇବେଳେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ...

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର...

ଚାକିରିରୁ ବିଦା ହେଲେ ୮ କର୍ମଚାରୀ, ୨୦ ନିଲମ୍ବିତ

ଭୁବନେଶ୍ୱର,୧୬।୧୧: ଅବକାରୀ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ...

ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗଞ୍ଜାମର ପାଟପୁର ଥାନା

ଦିଗପହଣ୍ଡି/ପାଟପୁର,୧୬।୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସମଗ୍ର ଦେଶର ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ତାଲିକାରେ ଗଞ୍ଜାମ ଜିଲା ପାଟପୁର ଥାନା ସ୍ଥାନ ପାଇଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri