ଜେଲ ଗଲେ ବଳାତ୍କାରୀ

ବ୍ରହ୍ମପୁର ଅଫିସ,୨୧ା୪: ନାବାଳିକାଙ୍କୁ ଅପହରଣ ବଳାତ୍କାର ମାମଲାରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରିକି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ଜଣକ ଗୋପାଳପୁର ଅଞ୍ଚଳର ଜୟସେନ ବେହେରା। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ମାଇନା କରାଯାଇଛି। ପୋଲିସ ଏକ ମାମଲା(ନଂ ୮୧/୨୨) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରଇଛି। କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

ଅଭିଯୋଗ ମୁତାବକ, ଗତ ୧୬ ତାରିଖରେ ବଡ଼ବଜାର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଟ୍ରାକିଂ କରିଥିଲା। ବୁଧବାର ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଲୋକେସନ ଚିହ୍ନଟ କରିବା ପରେ ଚମାଖଣ୍ଡି ଅଞ୍ଚଳରୁ ତାଙ୍କୁ କାବୁ କରିଥିଲା। ସେହିପରି ପୀଡ଼ିତାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି।

Share