ବଳାତ୍କାରୀଙ୍କୁ କରାଯିବ ନପୁଂସକ: କଡ଼ା ଆଇନକୁ ମଞ୍ଜୁରୀ  !

ଇସଲାମାବାଦ୍‌,୨୫।୧୧: ଏବେ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ମିଳିବ। ସେମାନଙ୍କୁ ନପୁଂସକ କରି ଦିଆଯିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଏଭଳି ମାମଲାର ଶୁଣାଣି ଶୀଘ୍ର କରାଯିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଓ ଟିଭି ଅନୁସାରେ ଏହି ଆଇନ ପ୍ରସ୍ତାବକୁ ଇମ୍ରାନ୍‌ଙ୍କ କ୍ୟାବିନେଟ୍‌ ବୈଠକରେ ସ୍ବୀକୃତି ମିଳିଛି। ତେବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ଏଭଳି ମାମଲାରେ ବିଳମ୍ବକୁ ସହ୍ୟ କରାଯିବ ନାହିଁ ବୋଲି ଇମ୍ରାନ୍‌ କହିଛନ୍ତି। ବୈଠକରେ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ କେତେକ ସଦସ୍ୟ ସୁପାରିଶ ମଧ୍ୟ କରିଥିଲେ। ପାକିସ୍ତାନ ଶାସନ ଦଳ ତେହରିକ୍‌-ଇ-ଇନସାଫ୍‌ ପକ୍ଷରୁ ଏମ୍‌ପି ଫୈସଲ ଜାଭେଦ୍‌ ଖାଁ ଟୁଇଟ୍‌ କରି ଏହାକୁ ଶୀଘ୍ର ସଂସଦରେ ଆଗତ କରାଯିବ ବୋଲି କହିଛନ୍ତି।

Share