Categories: ଜାତୀୟ

ସରକାର ବିରୋଧୀ ଗୀତ ପାଇଁ ରାପର ଗିରଫ

ମୁମ୍ବାଇ, ୧୦ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାପର ଉମେଶ ଖାଡ଼େଙ୍କ ଅଶ୍ଳୀଳ ଓ ଅପମାନଜନକ ଗୀତ ରାଜନେତା, କୃଷକ ଓ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ପୋଲିସ କହିଛି। କ୍ରାଇମ୍‌ ବ୍ରାଞ୍ଚ୍‌ର ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଓ୍ବାଡାଲା ଥାନାରେ ମାମଲା ରୁଜୁ ହୋଇଛି।

ରାପରଙ୍କର ୨.୫୫ ମିନିଟ୍‌ର ଗୀତ ‘ଜନତା ଭୋଙ୍ଗଲି କେଲି’ରେ ସାଧାରଣ ଲୋକଙ୍କୁ ଭକୁଆ ବନାଇବା ପାଇଁ କିପରି ରାଜନୈତିକ ନାଟକବାଜି ଚାଲିଛି, ତାହା ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଦରଦାମ୍‌ ବୃଦ୍ଧି, ଧର୍ମ ସହ ରାଜନେତାମାନଙ୍କ ଖେଳ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକତା ଓ ସେମାନଙ୍କ ସଂଘର୍ଷ କଥା ଉକ୍ତ ଗୀତରେ ସ୍ଥାନ ପାଇଛି। ଏଥିପାଇଁ ରାପରଙ୍କ ବିରୋଧରେ ଆଇପିସିର ଧାରା ୫୦୪(ଆଇ), ୫୦୫ ଏବଂ ସିଆର୍‌ପିସିର ଧାରା ୪୧ଏ’ରେ ମାମଲା ରୁଜୁ ହୋଇଛି।

 

Share