ମୁମ୍ବାଇ: ଲୋକପ୍ରିୟ ରାପର ରପ୍ତାର ସ୍ତ୍ରୀ କୋମଲଙ୍କୁ ଛାଡ଼ପତ୍ର ଦେବେ। ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ୨୦୨୦ରେ ଉଭୟେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। କରୋନା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। କୁହାଯାଉଛି, ଚଳିତ ବର୍ଷ ଅକ୍ଟୋବରରେ ଉଭୟ ଛାଡ଼ପତ୍ର କାଗଜପତ୍ରରେ ଦସ୍ତଖତ କରିବେ। ରପ୍ତାର ଏବଂ କୋମଲ ୨୦୧୬ ରେ ବିବାହ କରିଥିଲେ। ସେ ତାଙ୍କ ବିବାହର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଥିଲେ। ଏବେ ହଠାତ୍ ଛାଡ଼ପତ୍ର ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ବିବାହ ପରେ ସବୁକିଛି ଠିକ୍ଠାକ୍ ଥିଲା। ମାତ୍ର କୌଣସି କାରଣକୁ ନେଇ ଦୁହେଁ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ଦୁହିଁଙ୍କ ପରିବାର ମଧ୍ୟରେ ସମ୍ପର୍କ ଖୁବ୍ ଭଲ। ଦୁଇଜଣଙ୍କ ନିଷ୍ପତ୍ତିକୁ ପରିବାର ଲୋକେ ମାନିନେବେ ବୋଲି ଶୁଣିବାକୁ ମିଳୁଛି।