ସମିତାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ…

ବମ୍ବେ: ବିଗ୍‌ବସ୍‌ ଘରୁ ବାହାରିବା ପରେ ପ୍ରେମିକ ରାକେଶ ବାପତଙ୍କ ସହ ସମୟ ବିତାଉଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ବୁଧବାର ସମିତା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏଭଳି ଖାସ୍‌ ଦିନରେ ରାକେଶ ନିଜ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଅଫିସିଆଲ ଇନ୍‌ଷ୍ଟଗ୍ରାମ ପୃଷ୍ଠାରେ ରାକେଶ ସମିତାଙ୍କ ସହ ନିଜ ଫଟୋ ଶେୟାର କରି ‘ଜନ୍ମଦିନର ଶୁଭେଚ୍ଛା ଲଭ୍‌’ ବୋଲି ଲେଖିଛନ୍ତି।

କହିରଖୁଛୁ, ବିଗ୍‌ବସ୍‌ର ୧୫ ସିଜନ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସମିତା । ସେ ଶୋ’ ଜିତିପାରନ୍ତି ବୋଲି ଆଶା କରାଯାଉଥିଲା। ହେଲେ ସେ ଚତୁର୍ଥ ସ୍ଥାନରେ ଆସିଥିଲେ। ଏହାପୂର୍ବରୁ ସେ ବିଗ୍‌ବସ୍‌ ଓଟିଟିରେ ମଧ୍ୟ ନଜର ଆସିଥିଲେ। ଦୁଇ ଦୁଇ ଥର ଶୋ’ ଜିତି ପାରି ନ ଥିଲେ ହେଁ ସମିତାଙ୍କ ଲୋକପ୍ରିୟତା ଅନେକ ଗୁଣ ବଢ଼ିଯାଇଛି। ବିଶେଷକରି ଏହି ଘରୁ ଆରମ୍ଭ ହୋଇଥିବା ତାଙ୍କ ପ୍ରେମକାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି।

Share