ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

ଷାଠିଏ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀ ରାକ୍ୱେଲ ୱେଲଚ ୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ରାକ୍ୱେଲ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।
୫୦ ବର୍ଷ ଧରି ରାକ୍ୱେଲ ଅଭିନୟ ଜଗତରେ ରାଜ୍‌ କରିଥିଲେ। ତାଙ୍କ କ୍ୟାରିଅରରେ ଅଭିନେତ୍ରୀ ୩୦ଟି ଫିଲ୍ମ ଏବଂ ୫୦ଟି ଟିଭି ଶୋ’ରେ କାମ କରିଥିଲେ। ଏହା ସହିତ ରାକ୍ୱେଲ ଅନେକ ପ୍ରୋଜେକ୍ଟରେ କେମୋ ମଧ୍ୟ କରିଛନ୍ତି। ବୋଲ୍ଡ ଚରିତ୍ର ପାଇଁ ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ରାକ୍ୱେଲ ମଧ୍ୟ ଗୋଲଡେନ ଗ୍ଲୋବ ପୁରସ୍କାର ଜିତିଛନ୍ତି। ରାକ୍ୱେଲଙ୍କର ଦୁଇଟି ସନ୍ତାନ ଅଛନ୍ତି।

Share