ଭୁଲ ସବୁବେଳେ ଭାରୀ ପଡେ ନାହିଁ, ବେଳେବେଳେ ନିଜର ଭୁଲ ଲାଭଦାୟକ ପ୍ରମାଣିତ ହୋଇଥାଏ। ସେହିଭଳି ଏକ ଘଟଣା ନିକଟରେ ଦେଖିବାକୁ ମିଳିଛି। କିଛି ତ୍ରୁଟି ଯୋଗୁ ଏକ ମୁଦ୍ରା ଶହ ଶହ ପାଉଣ୍ଡରେ ବିକ୍ରି ହୋଇଛି। ୫୦ ପେନ୍ସ (ପ୍ରାୟ ୫୧ ଟଙ୍କା) ଏକ ମୁଦ୍ରା ଅନଲାଇନ ନିଲାମରେ ଚାହିଦା ଏତେ ବଢିଯାଇଛି ଯେ ଏହାକୁ ୩୭,୦୫୦ ଟଙ୍କାରେ ବିକ୍ରି କରାଯାଇଥିଲା। ୨୦୧୨ ଅଲିମ୍ପିକ ଥିମ ଉପରେ ପ୍ରସ୍ତୁତ ଏହି ମୁଦ୍ରା ପ୍ରସ୍ତୁତିରେ କିଛି ଅଭାବ ରହିଥିଲା। ଏହି ଅଭାବ ମୁଦ୍ରାକୁ ଅନ୍ୟ ମୁଦ୍ରାଠାରୁ ଭିନ୍ନ କରିଦେଲା। ଅନଲାଇନ ନିଲାମରେରେ ଏହା ୩୬୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୩୭ ହଜାର ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଛି।
ଏହି ମୁଦ୍ରା ୨୦୧୨ ଅଲିମ୍ପିକ ଗେମ୍ସକୁ ସ୍ମରଣ କରିବା ପାଇଁ ପ୍ରସ୍ତୁତ ୨୯ଟି ଡିଜାଇନ ମଧ୍ୟରୁ ଗୋଟିଏ। ଏହା ୨୦୧୧ରେ ଜାରି କରାଯାଇଥିଲ ଏବଂ ଗୋଟିଏ ପାର୍ଶ୍ୱରେ ସନ୍ତରଣକାରୀଙ୍କ ପ୍ରତିଛବି ପ୍ରଦର୍ଶିତ ହୋଇଥିଲା। ସରକାରୀ ଅଲିମ୍ପିକ ମୁଦ୍ରା ଡିଜାଇନ୍ରେ କମ ରେଖା ଥିଲା ଏବଂ ସନ୍ତରଣକାରୀଙ୍କ ଚେହେରା ଅଧିକ ଦେଖାଯାଇଥିଲା। ଏହି ଭୁଲ ଏହାକୁ ଏକ ସ୍ବତନ୍ତ୍ର ମୁଦ୍ରା କରିଦେଲା।