ବିରଳ ପକ୍ଷୀ ଉଦ୍ଧାର: ନନ୍ଦନକାନନରେ ରହିବ

ଟେନ୍‌ସା, ୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବନାଞ୍ଚଳର ବରାହମୂଷା ଗ୍ରାମରୁ ବୁଧବାର ସକାଳେ ଏକ ବିରଳ ବିଦେଶୀ ପକ୍ଷୀ ଉଦ୍ଧାର କରାଯାଇଛି। ଏହାକୁ ଗୁରୁବାର ଭୁବନେଶ୍ୱର ନନ୍ଦନକାନନକୁ ପଠାଯିବ ବୋଲି ଜଣାପଡିଛି। ବରାହମୂଷା ଗ୍ରାମର କିଶାନସାହିଠାରେ ଥିବା ପୋଖରୀରେ ଏକ ବିରଳ ପକ୍ଷୀ ବସିଥିବା ଗ୍ରାମବାସୀ ଦେଖିଥିଲେ। ଏ ନେଇ ଗ୍ରାମବାସୀ ବଣାଇ ବନ ବିଭାଗକୁ ଖବର ଦେବା ପରେ ବଣାଇଗଡ଼ ବନପାଳ ସଦାଶିବ ପାତ୍ର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ଶାନ୍ତିଭୂଷଣ ଘଟଣା ସ୍ଥଳରେ ପହଞ୍ଚତ୍ ଥିଲେ। ଏହା ଏକ ବିରଳ ବିଦେଶୀ ପକ୍ଷୀ ବୋଲି ଜାଣି ଏହାକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ପ୍ରଜାତିର ପକ୍ଷୀର ନାମ କଥିତ ଭାଷାରେ ହାଡ଼ଗିଳl ବୋଲି କୁହାଯାଉଥିବାବେଳେ କେଉଁ ଅଞ୍ଚଳରୁ ଏହା ଉଡି ଆସିଛି ବନ ବିଭାଗ ଅନୁସନ୍ଧାନ ଜାରି ରଖିଥିବା ବଣାଇ ଡିଏଫ୍‌ଓ ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଭିଡ଼ ଲାଗଛି।