କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ ସହରସ୍ଥିତ ଭବାନୀନଗର ଅଞ୍ଚଳରେ ଏକ ବିରଳ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଳିଛି। ଏହା ସାପ ଆକୃତିର। ଏହି ଅଞ୍ଚଳରୁ ସୌଦାମିନି ବେହେରାଙ୍କ ଘର କାନ୍ଥରେ ଏହି ପ୍ରଜାପତିଟି ବସିଥିବା ଦେଖିବାକୁ ମିଳିଛି। ରବିବାରଠାରୁ ଏହା କେଉଁ ଆଡୁ ଆସି କାନ୍ଥରେ ବସିଥିବା ଘର ମାଲିକ ପ୍ରକାଶ କରିଛନ୍ତି। ଏହି ପ୍ରଜାପତିଟି ଦେଖିବାକୁ ମାଟିଆ ସ୍ବର୍ଣ୍ଣ ମିଶା ରଙ୍ଗର ହୋଇଥିବାବେଳେ ପ୍ରଜାପ୍ରତିର ଦୁଇଟି ଡେଣା ସାପ ଆକୃତିର। ପ୍ରଜାପତିଟିର ଲମ୍ବ ୮ ଇଞ୍ଚ ହୋଇଥିବାବେଳେ ଚଉଡ଼ା ୬ ଇଞ୍ଚ ହେବ ବୋଲି ଜଣାଯାଇଛି। ଏପରି ବିରଳ ପ୍ରଜାପତି ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି।