Categories: ଜାତୀୟ

କର୍ନାଟକ ଉପକୂଳରୁ ମିଳିଲା ଦୁର୍ଲଭ କାରପେଣ୍ଟର ଶାର୍କ

ବେଙ୍ଗାଲୁରୁ,୧୪।୩: କର୍ନାଟକର ମାଲପେରେ ମାଛ ଧରାଳୀଙ୍କ ଜାଲରେ ଲାଗିଛି ଏକ ଦୁର୍ଲଭ ମାଛ। ସମୁଦ୍ରରେ ମାଛ ଧରାଳୀମାନେ ୧୦ ଫୁଟ୍‌ ଲମ୍ବା କାରପେଣ୍ଟର ଶାର୍କକୁ କ୍ରେନ ସହାୟତାରେ କୂଳକୁ ଆଣିଥିଲେ। ବିରାଟ କାୟ ମାଛକୁ କ୍ରେନ ଉଠାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କାରପେଣ୍ଟର ଶାର୍କ ପ୍ରଜାତି ପ୍ରାୟତଃ ବିଲୁପ୍ତ ହୋଇସାରିଛି।

‘ସି କ୍ୟାପଟେନ’ ନାମକ ମାଛ ଧରାଳୀ ବୋଟ ୨୫୦ କେଜି ଓଜନର ସଫିଶକୁ କୂଳକୁ ଆଣିଥିଲା। ମିଳିଥିବା ସୂଚନା ମୁତାବକ, ଏହି ମାଛକୁ ମାଲପେ ଫିଶେରିଜ ହାରବରକୁ ଅଣାଯିବା ପରେ ଜଣେ ମାଙ୍ଗାଲୁରୁ ବ୍ୟବସାୟଙ୍କୁ ବିକ୍ରି କରାଯାଇଛି। କିନ୍ତୁ ବିଲୁପ୍ତ ପ୍ରାୟ ଏବଂ ସଂରକ୍ଷିତ ପ୍ରଜାତିର ମାଛକୁ ନିଲାମ କରିବା ମାଛ ଧରାଳୀଙ୍କୁ ମହଙ୍ଗା ପଡ଼ିପାରେ। ତାଙ୍କୁ ବାଘ ହତ୍ୟାକାରୀଙ୍କ ଭଳି କାରାଦଣ୍ଡ ଦିଆଯାଇପାରେ। ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଫିଶେରିଜ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗଣେଶ କେ. କହିଛନ୍ତି।

Share