Categories: ଫୁରସତ

ପୌଷ ପୂର୍ଣ୍ଣିମାରେ ଦୁର୍ଲଭ ଦିବ୍ୟ ସଂଯୋଗ: ଏସବୁ ୪ ରାଶିର ଧନ ଲାଭ ସହିତ ପ୍ରେମ ବିବାହ ଯୋଗ…

ନୂଆଦିଲ୍ଲୀ,୨୪।୧ : ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୪ର ପ୍ରଥମ ପୂର୍ଣ୍ଣିମା ହେଉଛି ପୌଷ ମାସର ପୂର୍ଣ୍ଣିମା । ପଞ୍ଚାଙ୍ଗ ଅନୁଯାୟୀ, ପୌଷ ପୂର୍ଣ୍ଣିମାର ତାରିଖ ଗୁରୁବାର, ଜାନୁଆରୀ ୨୫ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୌଷ ପୂର୍ଣ୍ଣିମାରେ ଅଦ୍ଭୁତ ଦିବ୍ୟ ସଂଯୋଗ ସୃଷ୍ଟି ହେଉଛି। ପୂର୍ଣ୍ଣିମା ଦିନ ଏକ ବିଶେଷ ତଥା ବିରଳ ଘଟଣା ଘଟୁଛି। ପୂର୍ଣ୍ଣିମା ଦିନ ଚାରୋଟି ଦୁର୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି।

ପଞ୍ଚାଙ୍ଗ ଅନୁଯାୟୀ, ପୂର୍ଣ୍ଣିମା ଦିନ ଗୁରୁ ପୁଷ୍ୟା ଯୋଗ, ଅମୃତ ସିଦ୍ଧ ଯୋଗ, ସର୍ବଥ ସିଦ୍ଧି ଯୋଗ ଏବଂ ରବି ଯୋଗ ସୃଷ୍ଟି ହେବ। ଜ୍ୟୋତିଷଙ୍କ ଅନୁଯାୟୀ, ପୂର୍ଣ୍ଣିମା ଦିନ ଅନେକ ଗ୍ରହର ମିଳନ ଏକାସାଙ୍ଗରେ ଘଟିବାକୁ ଯାଉଛି, ଯେଉଁଥିପାଇଁ କିଛି ରାଶିଜାତ ବ୍ୟକ୍ତି ବିଶେଷ ବିପୁଳ ଧନ ପାଇବାକୁ ଯାଉଛନ୍ତି। ଏହା ସହିତ ସେମାନଙ୍କ ପାଇଁ ପ୍ରେମ ବିବାହ ଯୋଗ ମଧ୍ୟ ସୃଷ୍ଟି ହେଉଛି।

ଏସବୁ ଯୋଗ ଯୋଗୁ ମିଥୁନ, କନ୍ୟା, ବୃଷ ଏବଂ ତୁଳା ରାଶିର ଲୋକମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ। ଏହି ରାଶିର ବ୍ୟକ୍ତି ବିଶେଷ ନୂତନ ବ୍ୟବସାୟରେ ସଫଳତା ପାଇବାର ଆଶା ରହିଛି। ସେମାନଙ୍କ ଦ୍ୱାରା ଷ୍ଟକ ମାର୍କେଟରେ କରାଯାଇଥିବା ନିବେଶ ଲାଭଜନକ ପ୍ରମାଣିତ ହେବ। ସେମାନଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ଅଛି। ଏଭଳି ରାଶି ଜାତ ବ୍ୟକ୍ତିଙ୍କର ସୁଖମୟ ଜୀବନ ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହେବ। ଘରେ ସୁଖ ଆସିପାରେ। ହଠାତ ଧନ ସମ୍ପତ୍ତି ଲାଭ ହୋଇପାରେ।

Share