ମହାନଦୀରୁ ବିରଳ ମାଛ ଉଦ୍ଧାର

ହରଭଙ୍ଗା,୩୦।୧୦(ଡି.ଏନ.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ପାଣିଘରା ଗ୍ରାମର ମତ୍ସ୍ୟଜୀବୀମାନେ ଗୁରୁବାର ଏକ ବିରଳ ମାଛ ମହାନଦୀରୁ ଉଦ୍ଧାର କରିଛନ୍ତି। ଏହାର ଓଜନ ପ୍ରାୟ ୧ କେ.ଜି ହେବ। ମାଛଟିର ଦେହରେ କଳା, ଓ ଧଳା ରଙ୍ଗର ଦାଗ ରହିଛି। ସେହିପରି ତଳ ପଟେ ମୁହଁ ରହିଛି। ବିରଳ ମାଛ ଉଦ୍ଧାର ହେବା ଘଟଣା ପ୍ରଘଟ ହେବା ପରେ ମାଛକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଲୋକଙ୍କ ଭିଡ ଜମିବାରେ ଲାଗିଛି।

Share