ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି ଛୁଆ, ଘଟଣା ଦେଖି ତାଜୁବ ହେଲେ ଡାକ୍ତର

ମାଆ ହେବାର ଅନୁଭୂତି ନିଆରା ହୋଇଥାଏ। ନାରୀରୁ ମାଆ ହେବାର ରାସ୍ତା ନାରୀକୁ ସମ୍ପୂର୍ଣ୍ଣା କରିଥାଏ। ୧୦ମାସ ଗର୍ଭରେ ନାରୀଟିଏ ଗର୍ଭ ଯନ୍ତ୍ରଣା ସହି ଛୁଆଟିକୁ ଜନ୍ମ କରିଥାଏ। ୧୦ମାସ ଭିତରେ ନାରୀଟିଏ ଅକଥନୀୟ ଯନ୍ତ୍ରଣାର ସାମ୍ନା କରିଥାଏ। ନିକଟରେ ଏପରି ଏକ ଘଟଣା ଘଟିଛି। ଯାହା ମେଡିକାଲ ବିଜ୍ଞାନରେ ବିରଳ ବୋଲି କୁହାଯାଉଛି।

ଘଟଣା ଇଂଲଣ୍ଡରେ ଘଟିଛି। ଜଣେ ମହିଳା ୫ମାସରେ ଗର୍ଭବତୀ ଥିଲେ। ହଠାତ୍‌ ଦିନେ ତାଙ୍କ ପେଟରେ ଜୋରରେ ଦରଜ ଅନୁଭବ ହେଲା। କଷ୍ଟ କିଛି ଏପରି ଥିଲା କି ତାଙ୍କୁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସାଙ୍ଗେ ସାଙ୍ଗେ ତାଙ୍କର ସ୍କାନିଂ କରିଥିଲେ। ତା’ପରେ ଯାହା ଜଣାପଡିଲା ତାକୁ ଦେଖି ଖୋଦ୍‌ ଡାକ୍ତର ବି ଘାବରେଇ ଯାଇଥିଲେ।
ମହିଳା ଜଣକ ୫ମାସର ଗର୍ଭବତୀ ଥିଲେ। କିନ୍ତୁ ସିଟି ସ୍କାନିଂରୁ ଜଣାପଡିଲା କି, ଭ୍ରୁଣଟି ତାଙ୍କ ଗର୍ଭାଶୟ ପରିବର୍ତ୍ତେ ପେଟରେ ବଢୁଛି। ଏପରି ଘଟଣା ଦେଖି ଡାକ୍ତରଙ୍କ ବି ହୋସ୍‌ ଉଡିଯାଇଥିଲା। କାରଣ ଏପରି ଘଟଣା ବିରଳ ହୋଇଥାଏ। ଦୁନିଆରେ କେବଳ ଏକ ପ୍ରତିଶତ ଲୋକଙ୍କ ପାଖରେ ଏପରି ମାମଲା ଦେଖିବାକୁ ମିଳିଥାଏ।
ମହିଳାଙ୍କ ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ତାଙ୍କର ଡେଲିଭରି କରାଯାଇଥିଲା। ଡାକ୍ତରଙକୁ ସର୍ଜରୀ କରିବାକୁ ପଡିଥିଲା। ବର୍ତ୍ତମାନ ମାଆ ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ବିରଳ ମେଡିକାଲ ସର୍ଜରୀ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Share