Posted inଫୁରସତ

ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ

ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍‌ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି କି ଦେଶରେ ଏଭଳି ଏକ ରେଲଓ୍ବେ ଷ୍ଟେଶନ ରହିଛି, ଯାହା ୨ ରାଜ୍ୟରେ ଅବସ୍ଥିତ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ପଶ୍ଚିମ ରେଲଓ୍ବେର ସୁରଟ-ଭୁସାବଲ ଲାଇନରେ ନଭାପୁର ନାମକ ଏକ ରେଲଓ୍ବେ ଷ୍ଟେଶନ ରହିଛି। ଯାହା ୨ ରାଜ୍ୟରେ ଅବସ୍ଥିତ। ନଭାପୁର ରେଲଓ୍ବେ ଷ୍ଟେଶନର ଅଧା ଅଂଶ ମହାରାଷ୍ଟ୍ରରେ ଓ ଅଧା ଗୁଜରାଟରେ ରହିଥିବା ଜଣାପଡ଼ିଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ନିଜେ ଏହି ବିଷୟରେ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯେତେବେଳେ ନଭାପୁର ରେଲଓ୍ବେ ଷ୍ଟେଶନ ନିର୍ମାଣ ହୋଇଥିଲା ସେତେବେଳେ ମହାରାଷ୍ଟ୍ର ଓ ଗୁଜାରଟର ବିଭାଜନ ହୋଇ ନ ଥିଲା। ସେହି ସମୟରେ ନଭାପୁର ଷ୍ଟେଶନ ସଂଯୁକ୍ତ ମୁମ୍ବାଇ ପ୍ରଦେଶ ଅଧିନରେ ରହିଥିଲା। ଯେତେବେଳେ ମୁମ୍ବାଇ ପ୍ରଦେଶ ବିଭାଜିତ ହେଲା ସେତେବେଳେ ଏହି ଷ୍ଟେଶନକୁ ୨ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟରେ ବିଭକ୍ତ କରାଯାଇଥିଲା। ସେବେଠାରୁ ଏହି ଷ୍ଟେଶନର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସବୁଠାରୁ ବିଶେଷ କଥା ହେଲା ଏହି ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନଙ୍କ ପାଇଁ ୪ଟି ଭିନ୍ନ ଭିନ୍ନ ଭାଷାରେ ସୂଚନା ଦିଆଯାଇଥାଏ। ଯେପରିକି ହିନ୍ଦୀ, ଇଂଲିଶ, ଗୁଜରାଟୀ ଓ ମରାଠି ଭାଷାରେ ଆନାଉନ୍ସମେଣ୍ଟ କରାଯାଇଥାଏ। ଯାହାଦ୍ୱାରା ମହାରାଷ୍ଟ୍ର ଓ ଗୁଜରାଟରୁ ଆସୁଥିବା ଯାତ୍ରୀମାନେ ସହଜରେ ବୁଝିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା: ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ସଂଧ୍ୟାରେ ବରଗଡ଼ ନଗର ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶାରେ ବଢୁଥିବା...

ଏବର୍ଷ ମୌସୁମୀରେ କିପରି ହେବ ବର୍ଷା ? IMDର ବଡ଼ ଭବିଷ୍ୟବାଣୀ, ତାତିକୁ ନେଇ ବି କଲା ସତର୍କ

ନୂଆଦିଲ୍ଲୀ,୧୫।୪: ଆଗାମୀ ମୌସୁମୀ ଋତୁରେ ଭାରତରେ ସ୍ବାଭାବିକଠାରୁ ଅଧିକ ବୃଷ୍ଟିପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର କହିଛି। ଫଳରେ କୃଷିଭିତ୍ତିକ ଅର୍ଥନୀତି...

ମାରୱାଡୀ ଯୁବ ମଞ୍ଚର କର୍ମକର୍ତ୍ତା ଚୟନ

କେସିଙ୍ଗା,୧୫.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ମାରୱାଡ଼ୀ ଯୁବାମଞ୍ଚର କର୍ମକର୍ତ୍ତା ଗୌରୀ ଶଙ୍କର ମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image