ଭଦ୍ରକ ଅଫିସ, ୧୮।୩: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତ ସୁନାରୀପୋଖରୀଠାରେ ଗୁରୁବାର ଏକ ବିରଳ ପ୍ରଜାତିର ପ୍ରାଣୀ ଉଦ୍ଧାର କରାଯାଇଛି। ଗ୍ରାମର ମତ୍ସ୍ୟଜୀବୀମାନେ ଏକ କେନାଲରେ ଜାଲ ପକାଉଥିବା ବେଳେ ଏହି ପ୍ରାଣୀ ଜାଲରେ ପଡ଼ିଥିଲା। ଏହାର ଲମ୍ବା ଲାଞ୍ଜ ଥିବାବେଳେ ଉପର ଭାଗରେ ଏକ ଖୋଳପା ରହିଛି। ଓଜନ ପ୍ରାୟ ୫୦୦ ଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହାକୁ ଦେଖିବାକୁ ସେଠାରେ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଜମିଥିଲା। ବନ ବିଭାଗ ପରାମର୍ଶ କ୍ରମେ ମତ୍ସ୍ୟଜୀବୀମାନେ ଏହାକୁ କେନାଲରେ ଛାଡ଼ି ଦେଇଥିବା କୁହାଯାଇଛି।