ବିରଳ ପ୍ରଜାତିର ମାଛ ନିଲାମ

ଭୋଗରାଇ,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣ ମାଛ ମାର୍କେଟ୍‌କୁ ରବିବାର ଏକ ବିରଳ ପ୍ରଜାତିର ମାଛ ନିଲାମ ପାଇଁ ଆସିଥିଲା। ଏହି ମାଛଟି ଓଡ଼ିଶାର ପାରାଦୀପ ଅଞ୍ଚଳ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଧରି ଟ୍ରଲର ଯୋଗେ ଦୀଘା ମାଛ ମାର୍କେଟ୍‌କୁ ଆଣିଥିଲେ। ମାଛଟିର ଲମ୍ବ ୧୨ ଫୁଟ୍‌ ରହିଥିବା ବେଳେ ଏହାର ଓଜନ ସାଢ଼େ ୫ କୁଇଣ୍ଟାଲ। ଏହା ମଗର ମାଛ ଭଳି ଚେପ୍‌ଟା, ମୁହଁ ଲମ୍ବା ଦୁଇ ଧାରରେ ଶକ୍ତ ମୁନିଆ କଣ୍ଟା ରହିଛି। ମାଛକୁ ବଙ୍ଗଳା ଭାଷାରେ ଚିରୁଣୀଫାଳ ଏବଂ ଓଡ଼ିଆରେ ପାନିଆ ଫାଳ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ମାଛଟି ଜୀବନ ରକ୍ଷାକାରୀ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହେଉଥିବାରୁ କୋଲକାତାର ଏକ କମ୍ପାନୀ ୩୦ହଜାର ଟଙ୍କାରେ କିଣି ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

India-China Relation: ଖୁସି ହେବ ଚାଇନା, ଭାରତ କଲା ଏମିତି କାମ ଯାହା ଚାଇନା କେବେ ଭାବି ନ ଥିବ

ନୂଆଦିଲ୍ଲୀ,୨।୪: ଭାରତର ବନ୍ଧୁତା ଯେତେ ସୁନ୍ଦର, ଏହାର ଶତ୍ରୁତା ମଧ୍ୟ ସେତିକି ବିପଦପୂର୍ଣ୍ଣ। ଗଲୱାନରେ ଚାଇନା ଏହାକୁ ବୁଝିପାରିଛି। ୨୦୨୦ ମସିହାରେ, ଭାରତ ଗଲୱାନ ଉପତ୍ୟକାରେ...

ଯୁବକବି ସୁନୀଲଙ୍କୁ ‘ସ୍ରୋତସିନୀ ଯୁବ ସାହିତ୍ୟ ସମ୍ମାନ’

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ସ୍ରୋତସିନୀ ସାହିତ୍ୟ ସଂସଦର ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଶଙ୍କର ଭବନ (ବ୍ରହ୍ମପୁର)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ନବରସ କାର୍ଯ୍ୟକ୍ରମ,...

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର...

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଘାଟିତ ସମ୍ବଲପୁରୀ ନାଚଗୀତରେ ଝୁମିଲେ ଦର୍ଶକ

ନୂଆପଡ଼ା,୨।୪(ମକାରୁ ବେମାଲ): ସ୍ଥାନୀୟ ଲୋକ ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ନୂଆପଡା ମିନି ଷ୍ଟାଡିୟମଠାରେ ମଙ୍ଗଳବାର ମାରାଗୁଡା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ମଧୁସୂଦନ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image