ସତୀଗୁଡ଼ା ସବୁଜ ଉଦ୍ୟାନରେ ବିରଳ ପ୍ରଜାତିର ପ୍ରଜାପତି ଠାବ

ମାଲକାନଗିରି,୧୨ା୭ (ଦୁର୍ଯ୍ୟୋଧନ ପାତ୍ର): ବର୍ଷା ଛାଡି ଯିବାପରେ ମଲକାନଗିରି ଜିଲାର ବିଭିନ୍ନ ଗ୍ରାମର ନାନା ପ୍ରକାର ପ୍ରଜାପତି ଉଡ଼ୁଥିବାର ଦେଖାଯାଉଛି। ଗୁରୁବାର ମାଲକାନଗିରି ସତୀଗୁଡା ସବୁଜ ଉଦ୍ୟାନରେ ରଙ୍ଗବେରଙ୍ଗର ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଥିଲା। ଏହି ପ୍ରଜାପତିଟିକୁ ଦେଖିବା ପାଇଁ ବହୁ ଲୋକେ ଭିଡ ଜମିଥିଲା। ଉଦ୍ୟାନ ନିକଟରେ ଥିବା ଏକ ଗଛରେ ଅନେକ ସମୟ ଧରି ପ୍ରଜାପତିଟି ବସି ରହିବା ପରେ ଉଡି ଯାଇଥିଲା। ପ୍ରଜାପତି ଦେହରେ ନାନା ପ୍ରକାର ବିଚିତ୍ର ରଙ୍ଗ ଦେଖିବାକୁ ମିଳିଥିଲା। ବିଶେଷ କରି ପ୍ରଜାପତିର ପିଠିରେ ସାଇବାବାଙ୍କ ମୁଖମଣ୍ଡଳ ପରି ଦୃଶ୍ୟମାନ ହେଉଥିବାରୁ ଏହି ଦୃଶ୍ୟ ଦେଖି କିଛି ଲୋକ ଏହାକୁ ସାଇବାବାଙ୍କ ମହିମା କହି ମୁଣ୍ଡିଆ ମାରିଥିଲେ। ଏହା ବ୍ୟତିତ ଅନ୍ୟାନ ଗଛରେ ଅନେକ ନାନା ଜାତିର ପ୍ରଜାପତି ଉଡି ଆସିଥିବା ଦେଖିବାକୁ ମିଳିଛି।

Share