ସାରସକଣା, ୬।୯(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଅଞ୍ଚଳରେ ଏକ ବିରଳ ପ୍ରଜାତିର ମାଛ ଜାଲରେ ଧରାପଡିଛି। ଆନ୍ତଃରାଜ୍ୟ ସୀମା ସୁବର୍ଣ୍ଣରେଖା ନଦୀ ଜାମଶୋଳା ଘାଟରେ ସ୍ଥାନୀୟ ମାଛ ଧରାଳୀମାନେ ମାଛ ଧରୁଥିବା ବେଳେ ଏହି ମାଛ ଜାଲରେ ଧରାପଡିଥିଲା। ମତ୍ସ୍ୟଜୀବୀମାନେ ପୂର୍ବରୁ ଏଭଳି ମାଛ କେବେ ଦେଖି ନ ଥିବା କହିଛନ୍ତି। ତେବେ ମାଛକୁ ଜଣେ ବେପାରୀ କିଣି ନେଇଥିବା ଜଣାପଡିଛି।