ଭୋଗରାଇ, ୨୫ା୨(ଡି. ଏନ୍.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା। ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିବା ଏହି ବିରଳ ମାଛକୁ ପେଟୁଆ ମତ୍ସ୍ୟ ବନ୍ଦରକୁ ଅଣାଯାଇଥିଲା। ଏହି ମାଛର ଲମ୍ବ ୧୧ ଫୁଟ, ଓସାର ୯ ଫୁଟ ଥିବାବେଳେ ଓଜନ ପ୍ରାୟ ୬ରୁ ୮କୁଇଣ୍ଟାଲ ହେବ ବୋଲି ମତ୍ସ୍ୟଜୀବୀମାନେ ଅନୁମାନ କରିଛନ୍ତି। ମାଛ କେତେ ଦାମ୍ରେ ବିକ୍ରି କରାଗଲା ତାହା ଜଣାପଡିନାହିଁ।