ରସୁଲପୁର,୧।୭(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଯୋକଡ଼ିଆ ପାଖ ଖରସ୍ରୋତା ନଦୀରୁ ଶୁକ୍ରବାର ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ନଦୀରେ ଆଜି ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ୬ଟି ବିରଳ ପ୍ରଜାତିର ମାଛ ଜାଲରେ ପଡ଼ିଥିଲା। ଏହି ମାଛକୁ ଅମଛା ମାଛ ବୋଲି କୁହାଯାଉଛି। ଏହି ମାଛ ୭୨, ୬୮, ୬୨, ୫୦ ,୪୮.୫୦୦ଗ୍ରାମ ଓ ୪୮ କିଲୋ ହୋଇଥିବା ଜଣାପଡ଼ିଛି।